କଲର ଟ୍ୟୁନ୍‌ ଭଏସ୍ ନେଇ ଅମିତାଭଙ୍କ ଉପରେ ତାତିଲେ ଫ୍ୟାନ୍: ବିଗ୍‌ ବି କହିଲେ, ମୋତେ ନୁହେଁ ସରକାରଙ୍କୁ କୁହ

Published By : Prameya-News7 Bureau | June 23, 2025 IST

indiatoday

ନୂଆଦିଲ୍ଲୀ: କଲ୍ କରିବା ମାତ୍ରେ ଶୁଭୁଛି ସାଇବର ଅପରାଧ ସଚେତନତା କଲର ଟ୍ୟୁନ୍। ଯାହାକୁ ନେଇ ୟୁଜରଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି। ଏହି ବ୍ୟବସ୍ଥାକୁ ନେଇ ବିଭିନ୍ନ ମିମ୍ସ ମାଧ୍ୟମରେ ସରକାରଙ୍କୁ ଟ୍ରୋଲ୍ ମଧ୍ୟ କରାଗଲାଣି। ଏହି କଲର ଟ୍ୟୁନ୍ ବଲିଉଡ୍ ମେଗା ଷ୍ଟାର ଅମିତାଭ ବଚ୍ଚନଙ୍କ ସ୍ୱରରେ ଶୁଭୁଥିବାରୁ ଲୋକଙ୍କ ରାଗ ଏବେ ଅମିତାଭଙ୍କ ଉପରେ ଆସିଛି। ୟୁଜରମାନେ ତାଙ୍କୁ ସୋସିଆଲ୍ ମିଡିଆରେ ନାନା କଥା କହିଛନ୍ତି। କିଏ କହୁଛି ବୟସ କାରଣରୁ ବୁଢ଼ା ବାୟା ହେଲାଣି ତ ଆଉ କିଏ କହୁଛି ଫୋନ୍‌ରେ କହିବା ବନ୍ଦ କର ଭାଇ।

ୟୁଜରଙ୍କ ଏଭଳି ବିରୋଧ ପରେ ଶେଷରେ ଉତ୍ତର ରଖିଛନ୍ତି ଅମିତାଭ ବଚ୍ଚନ। ୟୁଜରଙ୍କ କଥାରେ ବିରକ୍ତି ପ୍ରକାଶ ନ କରି ସେ ଭଲ ମଜାଦାର ଉତ୍ତର ଦେଇଛନ୍ତି। ମୋତେ କହିବା ବଦଳରେ ସରକାରଙ୍କୁ କୁହ ଭାଇ ବୋଲି ଲେଖିଛନ୍ତି ଅମିତାଭ। ଜଣେ ୟୁଜର ପ୍ରତିକ୍ରିୟା ଦେଇ ଅମିତାଭ ଲେଖିଛନ୍ତି “ ଆଜ୍ଞା ହଜୁର, ମୁଁ ବି ଏକ ପ୍ରଂଶସକ। ତ ?” ପୋଷ୍ଟରେ ଉତ୍ତର ଦେଇ ଜଣେ ୟୁଜର ଲେଖିଛନ୍ତି “ତ ଫୋନ୍‌ରେ କହିବା ବନ୍ଦ କର ଭାଇ”। ଅମିତାଭ ଏହାର ରିପ୍ଲାଏ ଦେଇ ଲେଖିଛନ୍ତି “ ସରକାରଙ୍କୁ କୁହ ଭାଇ। ସିଏ ଯାହା କହିଲେ ମୁଁ କରିଦେଲି।” 

ସେହିପରି ଅନ୍ୟ ଜଣେ ବ୍ୟକ୍ତି ଅମିତାଭଙ୍କୁ ବୁଢ୍ଡା ଷଠିଆ ଗୟା ହେ ବୋଲି ଲେଖିଛନ୍ତି(ବୁଢ଼ା ବାଉଳା ହେଲାଣି)। ଏହାର ଜବାବ ଦେଇ ଅମିତାଭ ଲେଖିଛନ୍ତି “ଦିନେ ଭଗବାନ ନ କରନ୍ତୁ ଯେ ସେ ଦିନ ଖୁବ୍‌ଶୀଘ୍ର ଚାଲି ଆସୁ, ଯେବେ ଆପଣ ବି ବାଉଳା ହୋଇଯିବ। ପରନ୍ତୁ ଆମର ଏଠି ଗୋଟେ ଛଟା ଅଛି ଜୋ ଷାଠା ଓ ପାଠା”

ପଢ଼ନ୍ତୁ- ସର୍ଦ୍ଦାର-୩ ସିନେମାରେ ପାକିସ୍ତାନ ଅଭିନେତ୍ରୀ ହାନିଆ ଅମୀରଙ୍କୁ କାଷ୍ଟ କରିବାରୁ ଦିଲଜିତ ଦୋସାଞ୍ଜକୁ ବ୍ୟାନ୍ କରିବ ଫିଲ୍ମ ସଂଘ

ସୂଚନା ଥାଉକି ଅମିତାଭ ବଚ୍ଚନ ୮୨ ବର୍ଷ ବୟସରେ ବି ସିନେମା ଇଣ୍ଡଷ୍ଟ୍ରୀରେ ବଡ଼ ସକ୍ରିୟତାର ସହ କାମ କରିବା ଜାରି ରଖିଛନ୍ତି। ନିକଟରେ ରଜନୀକାନ୍ତଙ୍କ ଆକ୍ସନ୍-ଡ୍ରାମା 'ଭେଟ୍ଟାୟାନ୍'ରେ ଅମିତାଭଙ୍କୁ ଦେଖିବାକୁ ମିଳିଥିଲା। ଏହାକୁ ଟିଜେ ଗାନାଭେଲ ନିର୍ଦ୍ଦେଶନା ଦେଇଥିବା ବେଳେ ପ୍ରଯୋଜନା ଭାର ସମ୍ଭାଳିଥିଲେ ସୁବାସ୍କରନ୍ ଆଲିରାଜ। ବର୍ତ୍ତମାନ ପର୍ଯ୍ୟନ୍ତ ବଚ୍ଚନଙ୍କ ଶେଷ ପ୍ୟାନ୍ ଇଣ୍ଡିଆ ରିଲିଜ୍ ହେଲା ନାଗ ଅଶ୍ୱିନଙ୍କ ସାଇ-ଫାଇ ଆକ୍ସନ୍-ଥ୍ରୀଲର 'କଳ୍କି ୨୮୯୮ ଏଡି', ଯେଉଁଥିରେ ପ୍ରଭାସ, ଦୀପିକା ପାଦୁକୋନ୍, କମଲ ହାସନ, ଦିଶା ପଟାନି ଏବଂ ଅନ୍ୟମାନେ ଅଭିନୟ କରିଥିଲେ।

ବଚ୍ଚନଙ୍କ ଅପକମିଂ ଫିଲ୍ମ ଆର ବାଲକିଙ୍କ 'ଦି ଇଣ୍ଟର୍ନ'ର ରିମେକ ହେବ। ସେ ଏଥିରେ ଦୀପିକା ପାଦୁକୋନଙ୍କ ସହିତ ନଜର ଆସିବେ। ଏହି ସିନେମାଟି ରବର୍ଟ ଡି ନିରୋ-ଆନ୍ ହାଥାୱେଙ୍କ ୨୦୧୫ର ହଲିଉଡ୍ ଚଳଚ୍ଚିତ୍ରର ଏକ ରିମେକ ହେବ। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.