ସମ୍ୱଲପୁର ୨୩/୦୬: ଖୋଲିଲା ସ୍କୁଲ୍ ଆରମ୍ଭ ହେଲା ପାଠପଢା । ସବୁଦିନ ପରି ପିଲାମାନେ ଆସିଥିଲେ ସ୍କୁଲ । ହେଲେ କିଛି ସମୟରେ ପରେ ହଠାତ୍ ଶ୍ରେଣୀ ଗୃହକୁ ଚାଲିଆସିଥିଲେ ରାଜସ୍ୱ ମନ୍ତ୍ରୀ । ଖାଲି ଆସିନଥିଲେ ତ, ଶ୍ରେଣୀ ଗୃହରେ ବସି ପିଲାଙ୍କ ସହ ପାଠ ବି ପଢ଼ିଲେ ରାଜସ୍ୱ ମନ୍ତ୍ରୀ ।
କିଛି ସମୟ ପାଠ ପଢା ଦେଖିବା ପରେ ପିଲାଙ୍କୁ ପ୍ରଶ୍ନ ବି ପଚାରିଲେ । ଦଶମ ଶ୍ରେଣୀର ଏ ସେକ୍ସନରେ ବସି ବିଜ୍ଞାନ କ୍ଲାସର ପାଠପଢା ଥିଲା ଆଜି ବେଶ୍ ନିଆରା । ସମ୍ବଲପୁରରୁ ନଜର ଆସିଥିଲା ଏମିତି ଦୃଶ୍ୟ ।
ସୂଚନା ଥାଉକି, ସମ୍ବଲପୁର ଚନ୍ଦ୍ରଶେଖର ବେହେରା ଜିଲ୍ଲା ସ୍କୁଲ ପରିଦର୍ଶନ କରିଥିଲେ ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀ । ଜିଲ୍ଲାସ୍କୁଲ ଯାଇ ସେଠାରେ ଶିକ୍ଷକ ଶିକ୍ଷୟିତ୍ରୀ ସହ ଆଲୋଚନା କରିବା ପରେ ଶ୍ରେଣୀଗୃହରେ ଛାତ୍ରଛାତ୍ରୀଙ୍କ ସହ ବସି ଶିକ୍ଷାଦାନର ତଦାରଖ କରିଛନ୍ତି ।
ଏହି ସ୍କୁଲଟି ଐତିହ୍ୟ ସମ୍ପନ୍ନ ସ୍କୁଲ ହୋଇଥିବାରୁ ଆଗକୁ ଏହାର ସାମଗ୍ରିକ ବିକାଶ ନେଇ ଯୋଜନା କରାଯିବା ସହ ଆଇଆଇଏମ ସହ ଯୋଡା ଯିବ ବୋଲି ସୁରେଶ ପୂଜାରୀ କହିଛନ୍ତି ।